Our Kandhamal

କନ୍ଧମାଳ ଜିଲ୍ଲାର ଇତିହାସ ବହୁତ ପ୍ରାଚୀନ ଅଟେ। ଏହାର ଅସ୍ତିତ୍ୱ ପ୍ରାୟ ଯୀଶୁଙ୍କ ଜନ୍ମର ପ୍ରାୟ ୩୦୦ ବର୍ଷ ପୂର୍ବରୁ ଅଛି ରହିଅଛି। ଅତୀତରେ ଏହା ଅତବୀକ ରାଜ୍ୟ ନାମରେ ଜଣାଶୁଣା ଥିଲା। ତା’ପରେ ଏହାକୁ ଖ୍ରୀଷ୍ଟାବ୍ଦ ପ୍ରାୟ ୧୦୦୦ରୁ ୧୮୦୦ ଖ୍ରୀଷ୍ଟାବ୍ଦ ଯାଏ ଭଞ୍ଜ ଏବଂ ଗଙ୍ଗ ରାଜବଂଶର ରାଜାମାନେ ରାଜତ୍ୱ କରୁଥିଲେ । ବର୍ତ୍ତମାନର କନ୍ଧମାଳ ଜିଲ୍ଲା ତିନିଟି ଅଞ୍ଚଳକୁ ନେଇ ଗଠିତ ହୋଇଥିଲା- ବୌଦ୍ଧ, ଘୁମୁସର ଏବଂ ଖେମୁଣ୍ଡି (ବାଲିଗୁଡ଼ା) । ପ୍ରାୟ ୧୭୬୫ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ୍‌ମାନେ ଆସିବା ପରେ ଏହି ରାଜବଂଶମାଙ୍କର ଶାସନ କ୍ଷମତା ଚାଲିଯାଇଥିଲା। ବର୍ତ୍ତମାନର କନ୍ଧମାଳ ଜିଲ୍ଲା ଅତୀତର ବୌଦ୍ଧ  ରାଜ୍ୟର ଅଂଶ ହୋଇ ରହିଥିଲା । ଇଂରେଜ ଶାସକମାନେ ଗଞ୍ଜାମ  ଅଧିକାର କରିବା ପରେ ଘୁମୁସର ଅଞ୍ଚଳ ଇଂରେଜ ସାମ୍ରାଜ୍ୟରେ ଯୋଡି ହୋଇ ରହିଥିଲା।

ଘୁମୁସର ଅଞ୍ଚଳରେ ରହୁଥିବା କନ୍ଧମାନଙ୍କ ମଧ୍ୟରେ (ମେରିଆ ପୂଜା) ମାନବ ବଳିଦାନ ପରି ଘୃଣ୍ୟ ଏବଂ ଭୟଙ୍କର ପ୍ରଥା ପ୍ରଚଳିତ  ଥିଲା । ବୌଦ୍ଧର ରାଜା ଆଦିବାସୀମାନଙ୍କର ଘୃଣ୍ୟ ପ୍ରଥାକୁ ବନ୍ଦ କରିବାରେ ଅସଫଳ ରହିଥିଲେ । ଇଂରେଜମାନେ ଏହି ପ୍ରଥାକୁ ଦମନ କରିବା ପାଇଁ  ଏକ ଜୋରଦାର ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହି ଅଭିଯାନ୧୮୩୫ ରୁ ୧୮୫୫ ମସିହା ପର୍ଯ୍ୟନ୍ତ ଚାଲିଥିଲା । ତେଣୁ ଇଂରେଜ ସରକାର ଆଦିବାସୀ ସମ୍ପ୍ରଦାୟର କଡ଼ା ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ । ତେଣୁ ଇଂରେଜମାନେ ବୌଦ୍ଧ ରାଜାଙ୍କଠାରୁ ଏହି ବଡ ଅଞ୍ଚଳର କ୍ଷମତା ହ୍ରାସ କରିଥିଲେ, ଯାହା ଫଳରେ କନ୍ଧମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ୧୮୫୫ ମସିହା ଫେବୃଆରୀ ୧୫ ତାରିଖରେ ଏହି ନୂତନ  ଅଞ୍ଚଳକୁ କନ୍ଧମାଳ ନାମରେ ନାମିତ କଲେ । ଏହି ମେରିଆ ପୂଜା ଖ୍ରୀଷ୍ଟୀୟ ମିଶନାରୀମାନେ ଆସିବା ପରେ ମେରିଆ ପୂଜା ବନ୍ଦ ହେଲା, ତଥା ମାନବ ବଳି ବନ୍ଦ ହେଲା। 

ଇଂରେଜମାନେ ଘୁମୁସର ଏବଂ  ଖେମୁଣ୍ଡି (ବାଲିଗୁଡ଼ା ଅଞ୍ଚଳ) ଉପରେ ଆକ୍ରମଣ କରିବା ପରେ ଏହି ଅଞ୍ଚଳଗୁଡ଼ିକୁ ଗଞ୍ଜାମ ଜିଲ୍ଲାର ତତ୍‌କାଳୀନ କଲେକ୍ଟରଙ୍କ ଅଧୀନରେ ରଖାଯାଇଥିଲା। କିନ୍ତୁ ଏହି କନ୍ଧମାଳ ଅଞ୍ଚଳ ଭାରତ ସ୍ୱାଧୀନତା ପାଇବା  ପର୍ଯ୍ୟନ୍ତ  ବ୍ରିଟିଶମାନଙ୍କ ନିୟନ୍ତ୍ରଣ ଏବଂ ପ୍ରଶାସନର ଅଧୀନରେ ରହିଲା । ୧୮୫୫ ମସିହାରୁ ୧୮୯୧ ମସିହା ଯାଏ କନ୍ଧମାଳ ଏକ ତହସିଲ ଭାବରେ ଗଠନ ହୋଇଥିଲା ଏବଂ  ଜଣେ ତହସିଲଦାରଙ୍କ ଅଧୀନରେ ରହିଥିଲା ଏବଂ କଟକର ଜଣେ ତତ୍ୱାବଧାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିଲା ।  ୧୮୯୧ ମସିହାରେ ଏହାକୁ ତହସିଲରୁ ସବ୍‌ଡିଭିଜନକୁ ନବୀକରଣ କରାଯାଇ ଅନୁଗୁଲ ଜିଲ୍ଲା ସହିତ ଯୋଡ଼ା ଯାଇଥିଲା

୧୯୩୬ ମସିହାରେ ଯେତେବେଳେ ଓଡ଼ିଶା ପ୍ରଦେଶ ଗଠନ ହେଲା, ସେତେବେଳେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସୀରୁ ଅଲଗା ହୋଇ ଓଡ଼ିଶା ସହିତ ସଂଯୁକ୍ତ ହେଲା। ଏହି ସମୟରେ କନ୍ଧମାଳ ଗଞ୍ଜାମର ସବ-ଡିଭିଜନ ହେଲା । ୧୯୪୮ ମସିହାରେ ବୌଦ୍ଧ ଏବଂ କନ୍ଧମାଳକୁ ଗୋଟିଏ ଜିଲ୍ଲା (ବୌଦ୍ଧ-କନ୍ଧମାଳ)ର ମାନ୍ୟତା ଦିଆଗଲା ଏବଂ ଫୁଲବାଣୀଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଗଲା । ୧୯୪୯ ମସିହାରେ ଖେମୁଣ୍ଡି ଅଞ୍ଚଳ(ବାଲିଗୁଡ଼ା) ଅଞ୍ଚଳକୁ ବୌଦ୍ଧ-କନ୍ଧମାଳ ଜିଲ୍ଲା ସହିତ ସଂଯୁକ୍ତ କରାଗଲା।

ଶେଷରେ, ୧୯୯୪ ମସିହା ଜୁନ୍‌ ମାସରେ କନ୍ଧମାଳକୁ ବୌଦ୍ଧ-କନ୍ଧମାଳଠାରୁ ଅଲଗା କରାଯାଇ ଏକ ପୂର୍ଣ୍ଣ ଜିଲ୍ଲାର ମାନ୍ୟତା ଦିଆଗଲା ।

 

Source: https://www.indianetzone.com/46/history_kandhamal_district.htm

ନେଞ୍ଜୁଗ୍ରାମ୍ବା ସେଲୁ ପେନୁ କାତା

Verse of the day

ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି ହେ ପରମେଶ୍ୱର, ମୋʼ ପ୍ରାଣ ତୁମ୍ଭ ପାଇଁ ଧକାଏ। ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋʼ ପ୍ରାଣ ତୃଷିତ; ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି?

Psalm 42:1

କୁଇଦିନା ୱେବ୍‌ ସାଇଟ୍

କୁଇଦିନା ଲକୁ ପାଡ଼ାଟି ଗୁଲେଏ ଲକୁରୀ ଜେଡା ଜହାରୀ। ମାଇ କୁଇଦିନା ଲକୁ ବିଷୟଡ଼ାଇ ପୁନବା ସେଲୁ ଈ ୱେବ୍‌ ସାଇଟ୍‌ତାଙ୍ଗି ବାଜାମାନି ସେଲୁ, ମୀ ଗୁଲେଏ ଲକୁରି ଧନ୍ୟବାଦ। କୁଇ ୱେବ୍‌ ସାଇଟ୍‌ ତାନି କୁଇ ଲକୁର୍‌ତାଇ ଗାଡ଼ିଙ୍ଗା, ପେନୁ ଗାଡ଼ିଙ୍ଗା ଅଡିଓ ଏଙ୍ଗା ଭିଡିଓ, କୁଇ ଦିନା ଫୂଟଙ୍ଗା ଏଙ୍ଗା କୁଇ ଲକୁରିତାଇ ଫୂଟଙ୍ଗା ମାନୁ ।  ଈ ୱେବ୍‌ ସାଇଟ୍‌ ତାନି ଇରୁ ଗାଡିଙ୍ଗା ବେନ୍‌ବା ଏଙ୍ଗା ମେହ୍‌ପା ମୂଦେରୁ, ଏଙ୍ଗା ଫୂଟଙ୍ଗାବେ ମେହ୍‌ପା ମୂଦେରୁ ଏଙ୍ଗା ଇବାଗୁଲେ ଆନାଆବେ ଡାବୁଙ୍ଗା ସିଆଡ଼େ ଡାଉନ୍‌ଲୋଡ଼୍‌ ଗିବା ମୂଦେରୁ ।  ଇଂଗ୍ଲିଶ ଭାଷା ସେଲୁ ଜେଡାନଆନା ସେଣ୍ଡ ମାନି ଭାଷା ବଦଳେଇଗିନାରା ବୋଟନ୍‌ ତିନି ନାସାଦୁ ।

କୁଇ ଆଜା
କୁଇ ଦିନା ଆଜା

କୁଇଦିନା ଆଜା

Kandhamal Woman